ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଛି ଶୀତ । ରାତ୍ରି ତାପମାତ୍ରା ହ୍ରାସ ହେବା ସହ ରାଜ୍ୟରେ ପୁଣି ବଢିଛି ଶୀତ । ଏହାସହିତ ସାମୁଦ୍ରିକ ବାୟୁ ପ୍ରବାହର ଗତି ବଢୁଥିବାରୁ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେଉଛି । ସେହିପରି ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆହୁରି ଅଧିକ ଶୀତ ଅନୁଭୂତ ହେବ । ଉତ୍ତର ଭାରତରୁ ବହିବ ଅଧିକ ଥଣ୍ଡା ପବନ ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଅନ୍ୟପଟେ ଅସମ୍ଭାଳ ଜାଡରେ ଥରୁଛି ଜି.ଉଦୟଗିରି । ଏଠାରେ ୭ ଡିଗ୍ରୀ ତଳକୁ ଖସିଆସିଛି ରାତି ତାପମାତ୍ରା । ସେହିପରି ରାଜ୍ୟର ୨୦ ରୁ ଅଧିକ ସହର ୧୫ ଡିଗ୍ରୀ ତାପମାତ୍ରା ତଳେ ରହିଛି । ଆଗାମୀ ଦୁଇ ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ।