ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଅବପାତର ରୂପ ନେଇଛି । ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ସର୍ତକ ସୂଚନା ଜାରି କରାଯାଇଛି । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ସଂଲଗ୍ନ ଦକ୍ଷୀଣ ଓଡିଶା ଉପକୁୂଳ ପାଇଁ ସତର୍କ ଜାରି କରାଯାଇଛି ।
ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ ହୋଇ ଅଧିକ ଘନିଭୂତ ହେବା ପରେ ସାମୁଦ୍ରିକ ଝଡରେ ପରିଣତ ହେବ । ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ଏହା ଦକ୍ଷୀଣ ଓଡିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳର କଳିଙ୍ଗପଟ୍ଟନମ ନିକଟରେ ଅତିକ୍ରମ କରିବ । ୨୬ ତାରିଖରେ ଘଣ୍ଟାପ୍ରତି ପବନର ବେଗ ୭୦ ରୁ ୮୦ କିଲୋମିର ରହିବା ସହ ଏହା ବଢିକି ୯୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ ।
ଏହାର ପ୍ରଭାବରେ ଓଡିଶାରେ ଆଜି ରାତିରୁ ବର୍ଷା ଆରମ୍ଭ ହୋଇଯିବ । ଏହାସହିତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ନୟାଗଡ ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଏହି ସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ୨୬ ରେ ସମ୍ଭାବ୍ୟ ବାତ୍ୟା ସ୍ଥଳ ଭାବ ଛୁଇଁବା ବେଳକୁ ଏହି ସବୁ ଜିଲ୍ଲା ତଥା ଗଞ୍ଜାମ, ରାୟଗଡା, କନ୍ଧମାଳ, ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨୬ ତାରିଖ ପାଇଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ, କଳାହାଣ୍ଡି, ନବରଙ୍ଗପୁର , କୋରାପୁଟ ଓ ମାଲକାନାଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାର ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।