ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଗୁଲାବ । ଆଜି ରାତି ୯ଟାରୁ ୧୦ ଭିତରେ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଲ୍ୟାଣ୍ଡଫଲ ସମୟରେ ପବନ ବେଗ ୭୫ ରୁ ୮୫ କି.ମି ପର୍ଯ୍ୟନ୍ତ ରହିପାରେ । ସମୟ ସମୟରେ ଝଟକା ଦେଇ ଏହା ୯୫ କି.ମି ପର୍ଯ୍ୟ ଯାଇପାରେ । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟ ପାଖାପାଖି ୨ ରୁ ୩ ଯାଏଁ ଚାଲିବ ।
ଲ୍ୟାଣ୍ଡଫଲ କରିବା ସମୟରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବିଶେଷ ପ୍ରଭାବିତ ହୋଇପାରେ । ଏହି ଜିଲ୍ଲାରେ ପବନର ବେଗ ୭୫ ରୁ ୮୫ ରହିବ । ସେହିପରି ଖୋର୍ଦ୍ଧା, ପୁରୀ, ନବରଙ୍ଗପୁର, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନାଭିରିରେ ପବନର ବେଗ ୪୫ ରୁ ୫୫ କି.ମି ରହିବ । ବେଳେ ବେଳେ ୬୫ କି.ମି ଝଟକା ପବନ ବହିପାରେ ।