ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଗୁଲାବ । ବାତ୍ୟା ସ୍ଥଳଭାଗ ମୁହାଁ ହେବା ସହ ଦକ୍ଷୀଣ ଓଡିଶା ଏବଂ ଉପକୂଳ ଜିଲ୍ଲାରେ ପ୍ରଭାବ ପକାଇବା ଆରମ୍ଭ କଲାଣି । ଏହାର ପ୍ରଭାବରେ ଆରମ୍ଭ ହୋଇଯାଇଛି ବର୍ଷା ପବନ । ପ୍ରବଳ ବର୍ଷା ନେଇ ଦକ୍ଷୀଣ ଓଡିଶାର ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି । ସେହି ସାତ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନାଗିରି ଏବଂ ନବରଙ୍ଗପୁର ।
ଅନ୍ୟପଟେ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୪ ଜିଲ୍ଲା ହେଉଛି, ଖୋର୍ଦ୍ଧା, ପୁରୀ, ନୟାଗଡ ଓ କଳାହାଣ୍ଡି । ଏହି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆଉ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଉଛି ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡା ।