ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁର୍ବଳ ହେଉଛି ବାତ୍ୟା ଜୱାଦ । ପୁରୀ ଉପକୂଳ ଛୁଇଁବା ବେଳକୁ ବାତ୍ୟା ଜୱାଦ ଦୁର୍ବଳ ହୋଇଯିବ । ଗଭୀର ଅବପାତ ରୂପେ ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ । ଏହି ସମୟରେ ପବନର ବେଗ ସର୍ବାଧିକ ୭୫ କି.ମି ରହିବ । ବାତ୍ୟା ଜୱାଦ ଘଣ୍ଟା ପ୍ରତି ୪ କି.ମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ଏନେଇ ଆକଳନ କରିଛି ପାଣିପାଗ ବିଭାଗ ।
ବାତ୍ୟା ଜୱାଦ ବର୍ତ୍ତମାନ ବିଶାଖାପାଟଣାରୁ ୨୩୦ କି.ମି ଦୂରରେ ରହିଥିବା ବେଳେ ଗୋପାଳପୁରଠାରୁ ଦକ୍ଷୀଣରେ ୩୪୦ କି.ମି, ପୁରୀଠାରୁ ଦକ୍ଷୀଣ-ପଶ୍ଚିମ ଦିଗରେ ୪୧୦ କି.ମି ଓ ପାରାଦୀପଠାରୁ ୪୯୦ କି.ମି ଦୂରରେ ରହିଛି ।