ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଧୀରେ ଧୀରେ ବାତ୍ୟା ବିପଦ ଟଳୁଥିବା ଜଣାପଡିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ
ବାତ୍ୟା ଓଡିଶା ଉପକୂଳରୁ ସାମନ୍ତରାଳ ଭାବେ ଗତି କରିବ । ଏହା ଏବେ ପଶ୍ଚିମ-ବାଂଲାଦେଶ ମୁହାଁ । ଯାହାଫଳରେ ଓଡିଶା ଛୁଇଁନପାରେ ବାତ୍ୟା ।
ସୂଚନାଯୋଗ୍ୟ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୨ ତାରିଖରେ ଏହା ଅବପାତର ରୂପ ନେବ ।