ଭୁବନେଶ୍ୱର (ଏଟିଆର ବୁରୋ): ସାମୁଦ୍ରିକ ଝଡ ୟାସ୍ ଆରମ୍ଭ କରିଦେଇଛି ଲ୍ୟାଣ୍ଡଫଲ ପ୍ରିକ୍ରିୟା । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ସକାଳ ୯ଟାରୁ ଆରମ୍ଭ ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ପୂର୍ବ ଆକଳନ ଅନୁଯାୟୀ ସକାଳ ୯ଟାରୁ ଆରମ୍ଭ ହୋଇଯାଇଛି ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହା ଧାମରାର ଉତ୍ତର ବାଲେଶ୍ୱରର ଦକ୍ଷିଣ ଆଡକୁ ଗତି କରୁଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ ରୁ ୪ ଘଣ୍ଟା ରହିବ । ବାହାନଗା ବ୍ଲକ ଉପକୂଳବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡଫଲ କରୁଛି ୟାସ୍ । ଧୀରେ ଧୀରେ ପବନର ବେଗ ବଢିବାରେ ଲାଗିଛି । ବାତ୍ୟା ୟାସ ଦ୍ୱାରା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।