ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୦ ତାରିଖରେ ଲଘୁଚାର ରୂପ ନେବ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବାତ୍ୟା ସମ୍ଭାବନା ନେଇ ଅଧିକାଂଶ ମଡେଲ ପୂର୍ବାନୁମାନ କରିଛନ୍ତି । ଯାହାକୁ ନେଇ ବାତ୍ୟା ଆଶଙ୍କା ବଢିବାରେ ଲାଗିଛି । ଅବଶ୍ୟ ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ବାତ୍ୟା ସମ୍ଭାବନା ନେଇ କୌଣସି ଆକଳନ କରାଯାଇନାହିଁ । କିନ୍ତୁ ବାତ୍ୟା ବିପଦର ଭୟ ରହିଛି ।
ଆଇଏମଡିର ଆକଳନ ମୁତାବକ, ୨୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତି ୪୮ ଘଣ୍ଟାରେ ଏହା ୱାଲମାର୍କ ଲୋ ପ୍ରେସରରେ ପରିଣତ ହେବ । ବାସ୍ତବରେ ବାତ୍ୟା ହେବ କି ନାହିଁ ୨୦ ତାରିଖରେ ସ୍ପଷ୍ଟ ହେବ । କିନ୍ତୁ ଓଡିଶାରେ ପ୍ରବଳ ବର୍ଷା ରହିଛି । ଉପକୂଳ ଓଡିଶାରେ ୨୪ ରୁ ୨୬ ଯାଏଁ ପ୍ରବଳ ବର୍ଷା ହୋଇପାରେ ।