ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅବପାତ ରୂପ ନେଇ ଆଜି ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା ଜୱାଦ । ଘଣ୍ଟାକୁ ୧୧ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି । ଏହା ଆନ୍ଧ୍ର ଉପକୂଳଠାରୁ ୧୮୦ କିମିଦୂରରେ ରହିଥିବା ବେଳେ ଗୋପାଳପୁରଠାରୁ ୨୦୦ କିମି, ପୁରୀଠାରୁ ଦକ୍ଷୀଣ-ଦକ୍ଷୀଣପଶ୍ଚିମରେ ୨୭୦ କିମି ଏବଂ ପାରାଦୀପଠାରୁ ୩୬୦ କିମି ଦୂରରେ ଗଭୀର ଅବପାତ ରହିଛି ।
ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ବର୍ଷା ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କିଛି ଜିଲ୍ଲାକୁ ଅରେଞ୍ଜ, ରେଡ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।