ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କୁହୁଡି ଦୃଶ୍ୟମାନ ହେଉଛି । କମିଛି ଶୀତ ବଢିଛି କୁହୁଡି । ଆଗକୁ ଆହୁରି ୨ ଦିନ ଘନ କୁହୁଡି ଦୃଶ୍ୟମାନ ହେବ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ୨୯ ରୁ ୩୧ ତାରିଖ ସକାଳ ଯାଏଁ ରାଜ୍ୟର ଅନେକ ସ୍ଥାନରେ କୁହୁଡି ହେବା ନେଇ ସମ୍ଭାବନା ରହିଛି ।
ରାଜ୍ୟରେ ଏବେ ଶୀତ କମିଛି ହେଲେ ଦକ୍ଷୀଣ ଓଡିଶାରେ ଶୀତ ପ୍ରକୋପ ଜାରି ରହିଛି । ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୭.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।