ବ୍ରହ୍ମପୁର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ କୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ବିଭିନ୍ନ ପକ୍ଷକ୍ଷପ ଗ୍ରହଣ କରାଯାଇଛି । ମାଇକ ଯୋଗେ ପ୍ରଚାର କରି ଲୋକଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଉଛି ।
ସେହିପରି ବାତ୍ୟାରେ ଯେମିତି କୌଣସି ଅସୁବିଧା ନହେବ ସମସ୍ତ ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ହେଲ୍ପଲାଇନ ନଂ ଜାରି କରିଛି ।
ହେଲ୍ପଲାଇନ୍ ନମ୍ବର- ୦୬୮୦୨୨୨୭୦୦୦, ୮୧୧୭୦୫୫୯୦୦