ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅସମ୍ଭାଳ ତାତିରୁ ମିଳିବ ଆଶ୍ୱସ୍ତି । ଆଭ୍ୟନ୍ତରୀଣ ଓଡିଶାକୁ ବାଦ୍ ଦେଲେ ଉପକୂଳ ଏବଂ ଦକ୍ଷୀଣ ଓଡିଶାରେ ହ୍ରାସ ପାଇବ ତାପମାତ୍ରା । ଉପକୂଳ ଏବଂ ଦକ୍ଷୀଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ସେଥିପାଇଁ ସ୍ୱଭାବିକଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ଶୁଷ୍କ ବାୟୁ ଏବଂ ନିର୍ମଳ ଆକାଶ ଯୋଗୁଁ ତାପମାତ୍ରା ସ୍ୱଭାବିକଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ।
ଅନ୍ୟପଟେ ଆସନ୍ତା ୬ ତାରିଖ ବେଳକୁ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।