ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଅସହ୍ୟ ହେବାରେ ଲାଗିଛି ଖରା । ତାତିରେ ଲୋକ କଳବଲ ହେଉଛନ୍ତି । ଦିନ ୧୧ଟା ହୋଇଗଲେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି । ରାଜ୍ୟର ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ଯାହା ଦ୍ୱାରା ଲୋକ ଘରୁ ବାହାରକୁ ଯିବା ପାଇଁ ମନ କରୁନାହାଁନ୍ତି । ଯିଏ ବି ଯାଉଛି ମୁହଁ ଏବଂ ମୁଣ୍ଡକୁ ଘୋଡାଇ ବାହାରକୁ ଯାଉଛନ୍ତି । ବାତ୍ୟା ପରଠାରୁ ଖରା ଧିରେ ଧରେ ବଢ଼ିବାକୁ ଲାଗିଛି ।
ଗତକାଲି ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତତଲାଗଡ କହୁଥିବା ଟିଟଲାଗଡାରେ ପୁଣିଥରେ ଜଳିବା ଆରମ୍ଭ କରିଦେଇଛି । ୪୪.୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାପଛକୁ ରହିଛି ସମ୍ବଲପୁର। ଏଠାରେ ପାରଦ ରହିଛି ୪୩.୯ ଡିଗ୍ରୀ। ହୀରାକୁଦରେ ୪୩.୮, ତାଳଚେରରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ସୋନପୁରରେ ୪୩.୨, ବଲାଙ୍ଗିର ରରେ ୪୨.୭ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭.୭ ଡିଗ୍ରୀ ଥିଲା ।
ଏହି ୧୦ଟି ସହରରେ ଅସହ୍ୟ ହେବାକୁ ଲାଗିଛି । ଲୋକ ତତଲା କଡେଇରେ ଭାଜି ହେଲା ଭଳି ଅନୁଭବ କରୁଛନ୍ତି । ଭୁବନେଶ୍ୱରରେ ଏହି ଖରାର ପ୍ରଭାବରେ ଦିନ ବେଳା ରାସ୍ତା ପ୍ରାୟତଃ ଖାଁ ଖାଁ ଲାଗୁଛି । ଜରୁରୀ କାମ ନପଡିଲେ ଲୋକ ଘରୁ ବାହାରକୁ ଆସୁନାହାଁନ୍ତି । ଆଜି ମଧ୍ୟ ଖରାର ପ୍ରଭାବ ଅଧିକ ରହିପାରେ ବୋଲି ସୂଚନା ମିଳିଛି ।