ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟରେ ଏବେ ପାରଦ ଉପରମୁହାଁ ହୋଇଛି । ଶରତରେ ଗ୍ରୀଷ୍ମ ଭଳି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ଯାହାଫଳରେ କଲବଲ ହେଉଛନ୍ତି ଲୋକେ । ସକାଳ ୯ଟାରୁ ଘରୁ ବାହାରକୁ ବାହାରିବା ମୁସକିଲ ହୋଇପଡୁଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ରହୁଛି । ଏହାସହିତ ଉପକୂଳ ଓଡିଶାରେ ଆଦ୍ରତା ୮୦ ପ୍ରତିଶତ ରହୁଛି ।
ମଙ୍ଗଳବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୬.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଅନ୍ୟପଟେ ରାଜ୍ୟରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ।