ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ତତଲା ତାୱାରେ ସିଝୁଛନ୍ତି ଲୋକେ । ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ସକାଳୁ ଘରୁ ବାହାରିଲେ ଜଳି ପୋଡି ଯାଉଛି ଶରୀର । ସେହିପରି ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ପାର୍ । ସମ୍ବଲପୁରର ତାପମାତ୍ରା ୪୦.୦୨ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରିରେ ଝରସୁଗୁଡାରେ ୪୦.୦ ଡିଗ୍ରୀ , ହୀରାକୁଦ ୩୯ ଡିଗ୍ରୀ, କେନ୍ଦୁଝର ୩୬.୨ ଡିଗ୍ରୀ, ଚାନ୍ଦବାଲି ୩୬ ଡିଗ୍ରୀ, ଭୁବନେଶ୍ୱର ୩୫.୪ ଡିଗ୍ରୀ. ଇାଲେଶ୍ୱର ୩୪.୪ ଡିଗ୍ରୀ, ଗୋପାଳପୁର ୩୩.୪ ଡିଗ୍ରୀ, ପୁରୀ ୩୩ ଡିଗ୍ରୀ ଓ ପାରାଦୀପ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି ।