ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅସହ୍ୟ ଖରାରେ କଲବଲ ହେଉଛି ସାରାରାଜ୍ୟ । ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସ୍ୱଭାବିକ ଠାରୁ ୪ ରୁ ୬ ଡିଗ୍ରୀ ଉପରେ ରହୁଛି ପାରଦ । ଏବେଠୁ ତାପମାତ୍ରା ୩୮ ଡିଗ୍ରୀ ପାର କରିଲାଣି । ଆସନ୍ତା ୩ ଦିନ ଯାଏଁ ପାଗ ଏଭଳି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ନୟାଗଡ, ଅନୁଗୁଳ, ଝାରସୁଗୁଡା, ବୌଦ୍ଧ, ତାଳଚେର,ମାଲକାନଗିରି, ସୋନପୁର ଏବଂ ଭୁବନେଶ୍ୱରରେ ସ୍ୱଭାବିକଠୁ ୬ ଡିଗ୍ରୀ ଯାଏଁ ଅଧିକ ରହିବ ତାପମାତ୍ରା ।
ସେପଟେ,ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଲାଗି ଉପକୂଳ ଓ ଉତ୍ତର ଓଡିଶାରେ ଘନକୁହୁଡି ଅନୁଭୂତ ହେବ ।