ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେରଳରେ ଛୁଇଁଲାଣି ମୌସୁମୀ । ହେଲେ ଓଡିଶାରେ ବର୍ଷୁଛି ନିଆଁ । ଅସମ୍ଭାଳ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛି ରାଜ୍ୟ । ସକାଳୁ ଘରୁ ବାହାରକୁ ବାହାରିବା ହୋଇପଡୁଛି ମୁସ୍କିଲ ।
ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଅସହ୍ୟ ତାତିରେ ଆଉଟ ପାଉଟ ହେଉଛନ୍ତି ଲୋକେ । ଜୁନ୍ ତୃତୀୟ ସପ୍ତାହ ପୂର୍ବରୁ ମୌସୁମୀ ବାୟୁ ଓଡିଶା ଛୁଇଁବାର ଆଶା ନଥିବା ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।