ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବଢିବ ବର୍ଷାର ପରିମାଣ । ଆସନ୍ତା ୬ ତାରିଖରୁ ବଢିବ ବର୍ଷାର ପରିମାଣ । ୫ ଜିଲ୍ଲାରେ ଅତିପ୍ରବଳ ଏବଂ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲା ଗୁଡିକୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ରାଜ୍ୟର କିଛି ସ୍ଥାନରେ ଗୁଳୁଗୁଳି ଜାରି ରହିଛି ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । କଟକରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।