ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଏକ ଘୂର୍ଣ୍ଣିବଳୟ ହେବା ନେଇ ସମ୍ଭାବନା ରହିଛି । ଆସନ୍ତା ୧୭ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୯ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଏହାପରେ ଘନୀଭୂତ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ ।
ଏହାର ପ୍ରଭାବରେ ରାଜ୍ୟରେ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଏହାପରେ ମୌସୁମୀ ଫେରିଯିବ । ଗତ ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ।