ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ଆକାଶରୁ ବର୍ଷୁଛି ନିଆଁ । ସକାଳୁ ଘରୁ ପାଦ କାଢିବାକୁ ଲାଗୁଛି ଡର । ଦିନ ସାଢେ ୮ ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ୩୬.୨ ଡିଗ୍ରୀ ଛୁଇଁଛି ଭବାନୀପାଟଣା । ଯାହା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ରିପୋର୍ଟ ମୁତାବକ, ଭବାନୀପାଟଣା ୩୬.୨, କେନ୍ଦୁଝର ୩୫.୬, ତାଳଚେର , ବାରିପଦା , ଅନୁଗୁଳ ୩୫, ଭୁବନେଶ୍ୱର, ବାଲେଶ୍ୱର ୩୩.୬, ଓ କଟକ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।