ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଉପକୂଳବର୍ତ୍ତି ୭ଟି ଜିଲ୍ଲାକୁ ସତର୍କ କରାଯିବା ସହ ସେହି ଜିଲ୍ଲାମାନଙ୍କର ସରକାରୀ ଅଧିକାରୀଙ୍କ ସମସ୍ତ ଛୁଟି ବାତିଲ କରାଯାଇଛି ।
ବାତ୍ୟା ମୁକାବିଲା ନେଇ ସରକାର ସଜାଗ ଥିବା ନେଇ ରାଜ୍ୱସ ସଚିବ କହିଛନ୍ତି । ସମ୍ଭାବ୍ୟ ପାଇଁ ପାଇଁ ଆଜି ଅପରାହ୍ନ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ବସିବ ଉଚ୍ଚସ୍ତରୀୟ ବୈଠକ । ଏଥିରେ ୭ ଜିଲ୍ଲାର ଜିଲ୍ଲାପାଳ ସାମିଲ ହେବେ ।