ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତତଲା କଡେଇରେ ସିଝୁଛି ସାରା ଓଡିଶା । ଅସହ୍ୟ ତାତିରେ ଛଟପଟ ରାଜ୍ୟବାସୀ । ପୁଣି ଥରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ରବିବାର ଦିନ ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀସେଲସିୟମ ରହିଥିବା ବେଳେ ଅନ୍ୟ ୧୬ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସେହିପରି ଏବେ ଏହି ଅସହ୍ୟ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇଦିନ ମଧ୍ୟରେ ଆଭ୍ୟାନ୍ତରୀଣ ଓଡିଶାରେ ତାତି ଆହୁରୀ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ସୋମବାର ୪୧ ଡିଗ୍ରୀ ଉପରେ ରହିପାରେ ଭୁବନେଶ୍ୱରର ତାପମାତ୍ରା । ମଙ୍ଗଳବାର ଦିନ ୪୦ ରୁ ପାରଦ କମିପାରେ । ବୁଧବାର ଏହା ୩୮ ଡିଗ୍ରୀରୁ କମି ପରବର୍ତ୍ତି ୪ ଦିନ ଯାଏ ଅପରିବର୍ତ୍ତିତ ରହିବ ।