ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୧୨ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ବେଶି ଅନୁଭୂତ ହେବ ବୋଲି ଜାଣିବାକୁ ମିଳିଛି। ଘଣ୍ଟାକୁ ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରୁ ଜାଣିବାକୁ ମିଳିଛି। ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ ବୋଲି ସୂଚନା ରହିଛି।
ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆ ପଥର ମାଡ ମଧ୍ୟ ହୋଇଥିଲା । ଶିତର ପ୍ରଭାବ କମି ଯାଇଥିଲା । ଏବଂ ଗରମ ଧିରେ ଧିରେ ବଢ଼ୁଥିବା ବେଳେ ରାତିର ବର୍ଷା ଜନ ସାଧାରଣଙ୍କ ପାଇଁ ଭଲ ନିଦ ଆଣି ଦେଇଥିଲା । ଗତକାଲି ରାତିରେ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ କୂଆ ପଥର ମାଡ ହୋଇଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ଜନ ସାଧାରଣ ଘରୁ ବାହାରକୁ ବାହାରି ନଥିଲେ । ଲୋକମାନେ ବହୁତ ଅସୁବିଧାର ସମୁଖୀନ ମଧ୍ୟ ହୋଇଛନ୍ତି । ଯିଏ ଯେଉଁ କାମରେ ଯାଇଥିଲେ ବାହାରେ ଅଟକି ରହିଥିଲେ । କାରଣ ପ୍ରବଳ ମାତ୍ରାରେ କୂଆ ପଥର ବର୍ଷା ହୋଇଥିଲା ।
Probability of occurrence of Lightning in Chattrapur-Berhampur-Gopalpur area of Ganjam is high by 02.45 PM today 28th Feb.19 and coastal districts Puri & Jagatsinghpur may experience thunderstorm with lightning 03.30 PM today 28th Feb.19. pic.twitter.com/klrgWLazIW
— SRC, Govt of Odisha (@SRC_Odisha) February 28, 2019
ପାଣିପାଗ ବିଭାଗ ସୂଚନା ଦେଇଛି କି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଣୁ ଜନ ସାଧାରଣମାନେ ସତର୍କ ରୁହନ୍ତୁ । ଗୁରୁବାର ସକାଳୁ ସକାଳୁ ମଧ୍ୟ କେହଲା ପାଗ ଦେଇଥିବା ଦେଖିବାକୁ ମିଳିଛି । ବର୍ଷା ସମ୍ଭାବନାରେ ଲୋକମାନେ ଛତା ଏବଂ ରେନ କୋର୍ଟ ନେଇ ଅଫିସ ଯାଇଛନ୍ତି ।
Dangerous Thunderstorm and Lightning Alert for Nimapada, Pipili, Delanga & Kanas blocks of Puri District & Balipatna and Balianta blocks of Khurda District within 4.09PM today on 28.2.19
Source: Earth Networks— SRC, Govt of Odisha (@SRC_Odisha) February 28, 2019