ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅଜିଠୁ ବଢିବ ବର୍ଷାର ପରିମାଣ । ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ବା ସିଷ୍ଟମର ପ୍ରଭାବ ନଥିବା ସହ ମୌସୁମୀ ନିମ୍ନ ଚାପରେଖା ମଧ୍ୟ ସ୍ୱଭାବିକ ଅବସ୍ଥାରୁ ଉତ୍ତରକୁ ଢଳିକି ରହହିଛି । ଯାହାଫଳରେ ରାଜ୍ୟକୁ ପ୍ରବେଶ କରୁଛି ପ୍ରଚୁର ମାତ୍ରରେ ଜଳୀୟ ବାଷ୍ପ । ଏହାର ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସେହିପରି ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୭୦ ରୁ ୧୧୦ ମିମି ଯାଏଁ ହୋଇପାରେ ବର୍ଷା ।