ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଆହୁରି ଘନିଭୂତ ହୋଇ ଅବପାତର ରୂପ ନେବ । ଏହାପରେ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର-ଆନ୍ଧ୍ରପ୍ରଦେଶ ଦକ୍ଷୀଣ ଓଡିଶା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗର ସୂଚନା ।
ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ୪ ଦିନ ଯାଏଁ ଲାଗି ରହିବ ବର୍ଷା । ସେହିପରି ଆଜି ୨୨ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ ।