ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରୁ ଉଭେଇ ଯାଇଛି ମୌସୁମୀ । ଶ୍ରାବଣ ମାସରେ ଅସହ୍ୟ ଖରା ତାତି । କଲବଲ ହେଉଛନ୍ତି ଲୋକେ । ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ଡହଡହ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଛଟପଟ ରାଜ୍ୟବାସୀ । ମୌସୁମୀ ଦୁର୍ବଳ ହେବା ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ସ୍ୱଭାବିକଠାରୁ ୪.୨ ଡିଗ୍ରୀ ଯାଏଁ ବଢିଛି ତାପମାତ୍ରା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ଥିତି ଏଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ତାପମାତ୍ରା ବୃଦ୍ଧି ହେବା ଫଳରେ ଅନେକ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ବ୍ରଜପାତର ଆଶଙ୍କା ଥିବାରୁ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।