ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଆଜିଠୁ ହେବ ବର୍ଷା । ଭିଜିବ ଓଡିଶା କମିବ ତାତି । ବର୍ଷା ଯୋଗୁଁ କିଛି ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବୋହିବା ସହ ଦିନତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇବ । ୨୧ ତାରିଖ ଯାଏଁ ବର୍ଷା ସହ ଘଡଘଡି ବିଜୁଳି ହେବ ବୋଲି ପାଗିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।
ଏହାସହିତ ବର୍ଷା ପାଇଁ ଆଜି ୧୧ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ,ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ,ଯାଜପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଏବଂ ନବରଙ୍ଗପୁର ।
ପଶ୍ଚିମା ଝଡ ପ୍ରଭାବରେ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି । କାଳବୈଶାଖୀ ଜନିତ ବର୍ଷା ଥିବା ହେତୁ ଧନଜୀବନ ହାନି ହେବାର ମଧ୍ୟ ଆଶଙ୍କା ରହିଛି । ସେଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।