ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ଶନିବାର ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ତାପମାତ୍ରା ସହ ୫୪% ଆଦ୍ରତା ରେକର୍ଡ କରାଯାଇଛି ।
ସେହିପରି ସକାଳ ସୁଦ୍ଧା ଝାରସୁଗୁଡାରେ ୩୬.୬ ଡିଗ୍ରୀ,ସମ୍ବଲପୁରରେ ୩୬.୨ ଡିଗ୍ରୀ, ହୀରାକୁଦରେ ୩୫.୮ ଡିଗ୍ରୀ , ପୁରୀରେ ୩୪ ଡିଗ୍ରୀ, ଚାନ୍ଦବାଲିରେ ୩୪ ଡିଗ୍ରୀ, କେନ୍ଦୁଝରରେ ୩୩ ଡିଗ୍ରୀ, ପାରାଦ୍ୱୀପରେ ୩୨.୮ ଡିଗ୍ରୀ, ବାଲେଶ୍ୱରରେ ୩୨.୪ ଡିଗ୍ରୀ, ଗୋପାଲପୁରରେ ୩୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।