ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୋଟେ ଲଘୁଚାପ ପରେ ପରେ ଏବେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ଦାନ ବାନ୍ଧୁଛି । ଆସନ୍ତା ୧୯ ତାରିଖ ସୁଦ୍ଧା ସୃଷ୍ଟି ହୋଇପାରେ ଲଘୁଚାପ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଦକ୍ଷୀଣ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଏହାର ନିକଟବର୍ତ୍ତି ଦକ୍ଷୀଣପୂର୍ବ ବଙ୍ଗୋପସାଗରରେ ଛୁଇଁବ ।