ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ । ଭାରତ ମହାସାଗର ଏବଂ ଦକ୍ଷୀଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଧୀରେ ଧୀରେ ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରିବା ପରେ ୧୯ ତାରିଖ ବେଳକୁ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ମାର୍ଚ୍ଚ ୨୦ ତାରିଖ ସକାଳ ସୁଦ୍ଧା ଏହା ଡିପ୍ରେସନରେ ପରିଶତ ହେବ ଏବଂ ମାର୍ଚ୍ଚ ୨୧ ରେ ବାତ୍ୟାର ରୂପ ନେବ । ପୁଣି ୨୩ ତାରିଖ ସନ୍ଧ୍ୟାରେ ବାଂଲାଦେଶ ମିଆଁମାର ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହାସହିତ ଓଡିଶାର ଏହାର ପ୍ରଭାବ ବିଶେଷ ରହିବ ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଏହି ବାତ୍ୟାର ତୀବ୍ରତା ଏବଂ ବେଗ କେତେ ରହିବ ସେ ନେଇ ଏବେ ବି ସ୍ପଷ୍ଟ ହୋଇ ପାରିନି । କିନ୍ତୁ ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ।