ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭିଜିପାରେ ଦଶହରା ପୂଜା ବଜାର । ଦକ୍ଷୀଣ ପୂର୍ବ ପାଶ୍ୱର୍ବର୍ତ୍ତି ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘଚାପ କ୍ଷେତ୍ର । ଏନେଇ ଆଇଏମଡି ପକ୍ଷରୁ ସୂଚନା ରହ÷ିଛି ।
ଚଳିତମାସ ଚତୁର୍ଥ ସପ୍ତାହ ଆଡକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ କେଉଁଠି ରହିବ ଆକଳନ କରାଯାଇନାହିଁ । ଯଦି ଏହା ଓଡିଶା ଉପକୂଳ ମୁହାଁ ହୁଏ ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରାଯାଉଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ସମ୍ଭାବ୍ୟ ଲଘୁଚାପଟି ୨୪ କିମ୍ବା ୨୫ ତାରିଖ ବେଳକୁ ଉପକୂଳ ନିକଟତର ହେବ ।