ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଆଉ ଏକ ଲଘୁଚାପ । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଆଇଏମଡି ।
ଆଜିଠୁ ଆସନ୍ତା ଚାରି ଦିନ ଯାଏଁ ରାଜ୍ୟ ବର୍ଷା ଜାରି ରହିବ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ସରକାର କହିଛନ୍ତି ।
ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ସମେତ ୪୫ ରୁ ୫୫ କିଲୋମିଟର ବେଗରେ ପବନ ମଧ୍ୟ ବୋହିବ । ସମୁଦ୍ର ଅଶାନ୍ତ ରହିବ ସେଥିପାଇଁ ସମୁଦ୍ର ଭିତରକୁ ମତ୍ସ୍ୟଜୀବି ମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି ।
ପ୍ରବଳ ବର୍ଷା ସମ୍ଭାବନା ଥିବା ହେତୁ ବିଭିନ୍ନ ଜିଲ୍ଲା ଗୁଡିକୁ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।