ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବ । ସ୍ୱଭାବିକଠୁ ୩ ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବ । କିଛି ସ୍ଥାନରେ ୩୮ ରୁ ୪୦ ଡିଗ୍ରୀ ଛୁଇଁପାରେ ପାରଦ ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।
ଏହାସହିତ କିଛି ଜିଲ୍ଲାରେ କୁହୁଡି ଲାଗି ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଜି ସକାଳୁ ୭ଟି ଜିଲ୍ଲାରେ ଘନ କୁହୁଡି ଦେଖାଦେଇଛି । ଆସନ୍ତାକାଲି ମଧ୍ୟ ଖୋର୍ଦ୍ଧା, କଟକ, ଅନୁଗୁଳ,ଢେଙ୍କାନାଳ, ନୟାଗଡ, ଗଞ୍ଜାମ, କନ୍ଧମାଳରେ ଘନ କୁହୁଡି ଦେଖାଦେବ ।