ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଉପକୂଳ ଛୁଇଁବା ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୁଚନା ।
କେରଳ ଉପକୂଳରେ ମେଘ ସମହୂର ଘନତ୍ୱ ବୃଦ୍ଧି ପାଉଥିବା ବେଳେ ପଶ୍ଚିମ ବାୟୁର ସକ୍ରିୟତା ଏହି ସୂଚନା ଦେଉଛି । ଯାହାଫଳରେ ଆଗାମୀ ୪୮ ଘଣ୍ଟାରେ ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।