ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦକ୍ଷୀଣ-ପଶ୍ଚିମ ମୌସୁମୀ ଅକ୍ଟୋବର ୨୦ ସୁଦ୍ଧା ଓଡିଶା ଛାଡିବାର ସମ୍ଭାବନା ରହିଛି ଏନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ଉମା ଶଙ୍କର ଦାସଙ୍କ କହିବାନୁଯାୟୀ, ସେପ୍ଟମ୍ବର ୧ ରୁ ସାଧାରଣତଃ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥାଏ କିନ୍ତୁ ଚଳିତ ବର୍ଷ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଛି । ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ବର୍ତ୍ତବାନ ପାଗ ଅନୁକୂଳ । ସେହିଅନୁଯାୟୀ ଅକ୍ଟୋବର ୨୦ ସୁଧା ଓଡିଶାରୁ ମୌସୁମୀ ସମୂର୍ଣ୍ଣ ଛାଡିପାରେ ।