ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ତ୍ରାହି । ଭିଜିବ ରଜ ବଜାର । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଓଡିଶାରେ ପହଁଚିବ ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଧୀରେ ଧୀରେ ପାଗ ଅନୁକୂଳ ହେଉଛି ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗବିତ୍ ।
ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ମୌସୁମୀ ବାୟୁ ଛୁଇଁ ସାରିଥିବା ବେଳେ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଦକ୍ଷୀଣ ଓଡିଶାରେ ପହଁଚିବ ମୌସୁମୀ ବାୟୁ । ଯାହାର ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ପରବର୍ତ୍ତି ସମୟରେ ସାରା ରାଜ୍ୟରେ ପହଁଚିବ ମୌସୁମୀ ବାୟୁ । ଯାହାଫଳରେ ରାଜ୍ୟରେ ତାପମାତ୍ରା କମିବ ।