ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ମୌସୁମୀ ଆସିଲା ହେଲେ ବର୍ଷା ହଉନି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ସହଜେ ତ ଏଥର ମୌସୁମୀ ଆସିବାରେ ୧୦ ଦିନ ବିଳମ୍ଭ ହୋଇଥିଲା । ଯାହା ଫଳରେ ରାଜ୍ୟରେ ଅନୂଭୁତ ହେଉଥିଲା ଭୀଷଣ ଗରମ । ଗତ ପାଞ୍ଚ ଦିନ ତଳେ ରାଜ୍ୟରେ ମୌସୁମୀ ପ୍ରଭାହିତ ହୋଇଥିଲା ଯାହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଥିଲା ।
ଲୋକଙ୍କୁ ଟିକେ ତ୍ରାହି ମିଳିଥିଲା । ଏବେ କିନ୍ତୁ ହାତି… ଫୁସ । ଯେଉଁ କଥାକୁ ସେହି କଥା । ଅସହ୍ୟ ତାତିରେ ଭାଜି ହେଉଛି ଓଡିଶା । ସେତେବେଳେ ସୂଚନା ରହିଥିଲା କି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟଞରେ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ଅନୁମବାନ କରାଯାଉଥିଲା ।
ଟ୍ରପ୍ ଲାଇନ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ବର୍ଷାର ପରିମାଣ କମିଛି। ଏବେ ଏ ନେଇ ପାଣପାଗ ବିଭାଗ କହୁଛି ମୌସୁମୀ ବାୟୁରେ ଥିବା ଟ୍ରପ୍ଲାଇନ୍ ଏବେ ଉତ୍ତର ଆଡ଼କୁ ପଳାଇଛି। ଯାହା ତାର ସ୍ୱାଭାବିକ ସ୍ଥିତିରୁ ଉତ୍ତରକୁ ପଳାଇଛି। ସେଥିପାଇଁ ବର୍ଷାର ପରିମାଣ କମିଛି। ଆଗାମୀ ଦିନେ ଦୁଇ ଦିନ ଭିତରେ ଅର୍ଥାତ୍ ୨୮ ତାରିଖରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଜୁଲାଇ ମାସରେ ବର୍ଷାର ପରିମାଣ ବଢିବ ବୋଲି ଆଶା କରାଯାଉଛି ।