ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ଏବେ ଉପରମୁହାଁ ପାରଦ । ତତଲା ତାୱାରେ ସିଝୁଛି ରାଜ୍ୟ । କଲବଲ ହେଉଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ୱରରେ ବର୍ଷୁଛି ଅଗ୍ନି । ସକାଳୁ ଘରୁ ବାହାରିଲେ ଜଳି ପୋଡି ଯାଉଛି ଶରୀର । ସକାଳ ସାଢେ ୮ଟାରୁ ଖରାର ପ୍ରକୋପ ବୃଦ୍ଧି ପାଉଛି । ସେହିପରି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି ।
ଦିନ ୧୧ଟା ୩୦ସୁଦ୍ଧା ୩୯ଡିଗ୍ରୀ ଉପରେ ୩ ସହରର ତାପମାତ୍ରା । ୩୯.୨ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା ।