ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ତାତି । ଘରୁ ପାଦ କାଢିବା ପାଇଁ ଡର ଲାଗୁଛି । ଦିନକୁ ଦିନ ଆହୁରି ଅଧିକ ପ୍ରଖର ହେଉଛି ଗ୍ରୀଷ୍ମପ୍ରବାହ । ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ହେବ । ସ୍ୱାଭାବିକଠୁ ୪ ରୁ ୬ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଯାହାଫଳରେ ଆସନ୍ତା ୫ ଦିନ ଯାଏଁ ଅସହ୍ୟ ତାତିରୁ ମିଳିବନି ତ୍ରାହି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସେହିପରି ହିଟ୍ ୱେଭ ପାଇଁ ୧୩ ତାରିଖରୁ ୧୫ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଅତି ଜରୁରୀ କାମ ନଥିଲେ ଦିନ ୧୧ଟାରୁ ୩ ଟା ମଧ୍ୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।