ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାଳବୈଶାଖୀ ଯୋଗୁଁ ଅସହ୍ୟ ତାତିରୁ ମିଳିଥିଲା ଆଶ୍ୱସ୍ତି । କିନ୍ତୁ ପୁଣି ତାତିରେ କଲବଲ ହେବେ ଲୋକେ । ରାଜ୍ୟକୁ ପୁଣି ଫେରିବ ଗୁଳୁଗୁଳି ଓ ତାତି । ଆସନ୍ତା ୧୩ ତାରିଖରୁ ରାଜ୍ୟରେ ବଢିବ ତାତି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଆସନ୍ତା ୧୬ ତାରିଖରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୋହିବ ବୋଲି କହିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ.ସୁରେନ୍ଦ୍ରନାଥ ପଶୁପାଳକ ।
ଆସନ୍ତା ୧୩ ତାରିଖ ପରଠୁ ରାଜ୍ୟକୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିବ । ଯାହାଫଳରେ ତାପମାତ୍ରା ମଧ୍ୟ ବୃଦ୍ଧି ହେବ ।