ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦେଶରେ ଲଗାତର ଭାବେ ବଢି ଚାଲିଛି ଦିନ ତାପମାତ୍ରା । ଯାହାଫଳରେ ଚଳିତବର୍ଷ ଫେବୃଆରୀରେ ସବୁଠୁ ଉତ୍ତପ୍ତ ଭାବେ ୧୨୩ ବର୍ଷର ରେକର୍ଡ ଭାଙ୍ଗିଛି । ଆଗକୁ ଆହୁରି ୪ ରୁ ୬ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବ ବୋଲି ଆଇଏମଡି ଆକଳନ କରିଛି ।
ମାର୍ଚ୍ଚ ମାସରେ ସ୍ୱଭାବିକଠୁ ତାପମାତ୍ରା ଆହୁରି ବୃଦ୍ଧି ହେବ । ଯାହାଦ୍ୱାରା ସ୍ଥିତି ସଙ୍ଗୀନ ହେବ ବୋଲି କୁହାଯାଉଛି । ସେପଟେ ରେଡ୍ ଜୋନ୍ ରେ ଭୁବନେଶ୍ୱରରେ ଥିବା ବେଳେ ଅଧିକାଂଶ ଅଞ୍ଚଳ ଅରେଞ୍ଜ ଜୋନ୍ ରେ ରହିଛି ।