ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୌସୁମୀର ୪ ମାସ ମଧ୍ୟରୁ ୩ ମାସ ଶେଷ ହେବାକୁ ବସିଲାଣି ହେଲେ ଏବେ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ଦେଖା ଦେଇଛି । ୩ ମାସ ମଧ୍ୟରେ ଯେତିକି ପରିମାଣ ର ବର୍ଷା ହୋଇଛି ତାହା ଚାଷ ଉପଯୋଗୀ ହୋଇପାରିନାହିଁ । ଶୁଖିଲା ପଡିଛି ବିଲ । ଯାହାଫଳରେ ଚିନ୍ତାରେ ଚାଷୀ । କିଛି କିଛି ସ୍ଥାନରେ ଧାନ ଅମଳ ନଷ୍ଟ ହେବାକୁ ବସିଲାଣି ।
ଚଳିତ ଅଗଷ୍ଟ ମାସରେ ସବୁଠୁ କମ୍ ବର୍ଷା ରେକର୍ଡ ହୋଇଛି । ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ମାସ ହେଉଛି ଅଗଷ୍ଟ । ଏହା ସତ୍ୱେ ବି ପ୍ରଚୁର ପରିମାଣର ବର୍ଷା ଦେଖିବାକୁ ମିଳିନାହିଁ । ରାଜ୍ୟରେ ଜୁନ ୧ରୁ ୨୮ ଅଗଷ୍ଟ ମଧ୍ୟରେ ୭୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ୩୩୩.୫ ମିଲିମିଟର ତୁଳନାରେ ପ୍ରାୟ ୧୦ ପ୍ରତିଶତ କମ୍।