ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଶୀତ ଲହରି ଜାରି ରହିଛି । କମୁଛି ପାରଦ ବଢୁଛି ଶୀତ । ଦିନକୁ ଦିନ ଥଣ୍ଡା ପ୍ରକୋପ ବଢିବାରେ ଲାଗିଛି । ରାଜ୍ୟରେ ସ୍ୱଭାବିକଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇଛି । ଯାହାଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଖାସ୍ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେଉଛି ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବେ ଲଘୁଚାପ ଦୁର୍ବଳ ହେବା ଯୋଗୁଁ ଓଡିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ଫ ପୂର୍ଣ୍ଣ ବାୟୁ ପ୍ରବାହ କିମିଛି ।
ଆଗାମୀ ୩ ଦିନ ଯାଏଁ ପାରଦ ଆହୁରି ଖସିବ । ପାହାଡିଆ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେବ । ଏହାସହିତ କୁହୁଡି ଚାଦରରେ ଢାଙ୍କି ହେବ ଅଞ୍ଚଳ । ଏନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।