ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ବି ରାଜ୍ୟର କିଛି ସ୍ଥାନରେ କୁଆପଥର ବର୍ଷା ହେବ । ଏହାସାଙ୍ଗକୁ ବିଜୁଳି ଓ ଘଡଘଡି ହେବାର ସମ୍ଭାବନା ମଧ୍ୟ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାଣିବାକୁ ମିଳୁଛି ।
ଗତକାଲି ରାଜ୍ୟର କିଛି ସ୍ଥାନରେ କୁଆପଥର ବର୍ଷା ସାଙ୍ଗକୁ ଘଡଘଡି ଏବଂ ପବନ ବୋହିଥିଲା । ସେହିପରି ଆଜି ବି ବର୍ଷା ହେବା ସହ ୩୦ ରୁ ୪୦ କି.ମି ବେଗରେ ପବନ ବୋହିବ ବୋଲି କୁହାଯାଉଛି । ଯେଉଁ ସବୁ ସ୍ଥାନରେ ବର୍ଷା ହେବ ସେଗୁଡିକ ହେଲା ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରପଡା ଏବଂ କୋରାପୁଟ ।