ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଲଘୁଚାପ ପ୍ରଭାବରେ ଦୁଇଦିନ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ ଗତକାଲି ସକାଳ ସାଢେ ୮ଟାରୁ ଆଜି ସକାଳ ସାଢେ ୬ଟା ଯାଏଁ ପୁରୀରେ ସର୍ବାଧିକ ୩୨୯ ମିମି ବର୍ଷା ରେକର୍ଡ କରାଯାଇଛି ।
ଅନ୍ୟପଟେ ୨୪ ଘଣ୍ଟା ମଧ୍ୟରେ ପାରାଦ୍ୱୀପରେ ୨୧୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୯୩ ମିମି ବର୍ଷା ହୋଇଛି । ଯାହା ଦୀର୍ଘ ଦିନର ରେକର୍ଡ ଭାଙ୍ଗିଥିବା କୁହାଯାଉଛି । ପ୍ରବଳ ବର୍ଷା ଯୋଗୁଁ କଟକ, ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଜୀନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏପରିକି ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିବା ସହିତ ଲୋକଙ୍କ ଘରେ ପାଣି ପସି ଯାଇଛି । ଯାହାଫଳରେ ସ୍ଥିତି ସମ୍ପୂର୍ଣ୍ଣ ବେହାଲ ।