ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘୂର୍ଣ୍ଣିଝଡ ସାଙ୍ଗକୁ କୂଆପଥ ବର୍ଷା ହେବାର ସମ୍ଭାବନା ରହିଛି । କେବଳ ଏତିକି ନୁହେଁ ବଜ୍ରପାତ ବି ହୋଇପାରେ । ଦୁଇ ଦିନ ଯାଏଁ ଏହି ଘୂର୍ଣ୍ଣଝଡ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ଜାଣିବାକୁ ମିଳିଛି ।
ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟ,ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ ଏବଂ କନ୍ଧମାଳ ଜିଲ୍ଲା ଗୁଡିକରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି କଟକ, ଯାଜପୁର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ କୁଆ ପଥର ବର୍ଷା ସାଙ୍ଗକୁ ୪୦ କିମି ବେଗର ପବନ ଏବଂ ବଜ୍ରପାତ ମଧ୍ୟ ହୋଇପାରେ ।