ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ବର୍ଷାରେ ଭିଜିବ ଓଡିଶା । ଲଗାତର ଭାବେ ରାଜ୍ୟରେ ଶୀତ ଲହରୀ ଏବଂ ଘନ କୁହୁଡି ପରେ ଶୁକ୍ରବାରଠୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବା ସହ କୁହୁଡି ମଧ୍ୟ କମିବ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏହାସହିତ ପାଣିପାଗ ବିଭାଗ ଆକଳନ କରିଛି କି ୨୪ ତାରିଖ ସକାଳ ଯାଏଁ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ।
କିଛି ଦିନ ହେବ ରାଜ୍ୟରେ ଶୀତ ଲହରୀ ଜାରୀ ରହିବା ସହିତ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହାସହିତ କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଲାଗି ରହୁଛି ।