ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜିଠୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ପାଇଁ ଆଜି ପଶ୍ଚିମ ଓଡିଶାର ୬ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ସେପଟେ ସମଗ୍ର ଦେଶରେ ମୌସୁମୀ ଛୁଇଁଥିଲେ ସୁଦ୍ଧା ବହୁ ଭାଗରେ ପରିଲିକ୍ଷିତ ହୋଇଛି ନିଅଣ୍ଟିଆ ବର୍ଷା । ବୁଧବାର ସୁଦ୍ଧା ଓଡିଶାରେ ୩୧ ପ୍ରତିଶତ କମ ବର୍ଷା ହୋଇଛି । ଯାହାଫଳରେ ଚାଷ କରିବା ପାଇଁ ଚିନ୍ତାରେ ଚାଷୀ ।