ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉତ୍ତର-ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷୀଣ ଓଡିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଉଛି ନୂଆପଡା, ବରଗଡ,ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ।
ସେପଟେ ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ଆକଳନ କରାଯାଇଛି । ଉପକୂଳ ଓଡିଶାରେ ମୌସୁମୀ ନିମ୍ନ ଚାପରେଖା ସକ୍ର୍ରିୟ ଥିବାରୁ ବର୍ଷା ଲାଗି ରହିବ ।