ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶବାସୀଙ୍କୁ ଅସହ୍ୟ ତାତି ତଥା ପ୍ରବଳ ଗରମରୁ ବହୁତ ଶୀଘ୍ର ଆଶ୍ୱସ୍ତି ମିଳିପାରେ । କାରଣ ଦକ୍ଷମୀଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଇଏମଡି ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି କି , ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି । ଚଳିତ ବର୍ଷ ଦେଶରେ ମୌସୁମୀ ବାୟୁ ପ୍ରଭାହଜନିତ ବର୍ଷା ସ୍ୱାଭାବିକ ହୋଇପାରେ ।
ଦେଶରେ ଜୁନ୍ ମାସରୁ ସେପ୍ଟେମ୍ବର ମାସ ଯାଏଁ ଏହି ଚାରି ମାସ ଯାକ ୭୫ ପ୍ରତିଶତ ବର୍ଷା ହୋଇଥାଏ । ମେ ୩୦ ରେ ପ୍ରାଇଭେଟ ଫୋରକାଷ୍ଟ ସ୍କାଇମେଟ ୱେଦର ମୌସୁମୀର ଆଗମନକୁ ନେଇ ଘୋଷଣା କରିଥିଲେ । କିନ୍ତୁ ଆଇଏମଡି ଅଲଗା ମତ ଦେଇଥିଲା ।